ଭୁବନେଶ୍ୱର,୨ା୯ : ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇଛି ବୋଲି ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ଜିଲ୍ଲାପାଳ, ଏସପିଙ୍କୁ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତହସିଲ୍,ବ୍ଲକ ଏବଂ ଥାନା ସ୍ତରରେ କମିଟି ଗଠନ ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୧ ମସିହା ସୁଦ୍ଧା ରାଜ୍ୟରେ ମୋଟ ୩୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲାରେ ରହି ଆସୁଛନ୍ତି । ଓଡ଼ିଶାରେ ପ୍ରବେଶ କରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନେ ନାନା ପ୍ରକାରର ଅପରାଧରେ ଜଡ଼ିତ ରହୁଛନ୍ତି। ଗତ କିଛି ବର୍ଷ ହେବ ନିଶା କାରବାର ଠାରୁ ଆରମ୍ଭ କରି ଦେହ ବେପାର, ଜାଲନୋଟ୍ କାରବାର ଏବଂ ଏଟିଏମ୍ ଲୁଟ୍ ପର୍ଯ୍ୟନ୍ତ ରାଜ୍ୟରେ ଘଟିଥିବା ଏକାଧିକ ଅପରାଧରେ ଏମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ସବୁଠାରୁ ବଡ଼କଥା ହେଲା, କିଛିଦିନ ରହିଗଲା ପରେ ଏମାନେ ଓଡ଼ିଶାର ବୋଲି ପରିଚୟପତ୍ର କରି ନେଉଛନ୍ତି। କିନ୍ତୁ ଅଧିକାଂଶ ବାଂଲାଦେଶୀ ନକଲି ପରିଚୟପତ୍ର କରି ରାଜ୍ୟକୁ ପଶୁଛନ୍ତି।ତେବେ ରାଜ୍ୟରେ ବଢୁଥିବା ବାଂଲାଦେଶୀଙ୍କ ସଂଖ୍ୟାକୁ ନେଇ ଗତ କିଛି ଦିନ ହେବ ବେଶ ଚର୍ଚ୍ଚା-ଆଲୋଚନା ପରେ ସରକାର ଚେତିଛନ୍ତି। ରାଜ୍ୟରେ ଥିବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ବିଧାନସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |