ଥିରୁଭାନନ୍ତପୁରମ୍,୨ା୯: ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି ।କେରଳର ଅମଲାତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ସଚିବ ଆଇଏଏସ୍ ଭି.ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ପି. ବିଜୟନ ନିଜେ ଏହା ପ୍ରକାଶ କରିଛନ୍ତି।ଭି.ବେଣୁ ଶନିବାର ଅବସର ନେଇଥିଲେ। ଏବେ ବେଣୁଙ୍କ ପରେ ତାଙ୍କ ସ୍ତ୍ରୀ ଆଇଏଏସ୍ ଶାରଦା ମୁରଲୀଧରନ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଥିଲେ। ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନ୍ୟାନ୍ୟ ଉଦାହରଣ ମଧ୍ୟ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ମଧ୍ୟ କଲେକ୍ଟର ପଦ ପାଇଁ ସ୍ବାମୀ-ସ୍ତ୍ରୀ ଦାୟିତ୍ୱ ଜଣେ ଅନ୍ୟ ଜଣଙ୍କୁ ଦେଇଥିଲେ। କେରଳର ଅମଲାତାନ୍ତ୍ରିକ ଇତିହାସରେ ହୋଇଥିବା ଏହି ବିରଳ ପରିବର୍ତ୍ତନ ଉପରେ ମୁଖ୍ୟ ଶାସନ ସଚିବ ହୋଇଥିବା ସ୍ତ୍ରୀ ଶାରଦା ମୁରଲୀଧରନ୍ କହିଛନ୍ତି, ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ଅଦ୍ଭୁତ, କାରଣ ତାଙ୍କୁ ତାଙ୍କ ସ୍ବାମୀଙ୍କୁ ବିଦାୟ ଦେବାକୁ ପଡ଼ିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |