ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨ା୯:-ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଟିପାଗୁଡା ଜଙ୍ଗଲରେ ଶିବଲିଙ୍ଗ ଓ ନନ୍ଦି ଆବିର୍ଭାବ ପରେ ପୂଜାର୍ଚ୍ଚନା ସହ ଦେଖବା ପାଇଁ ଶିବ ଭକ୍ତଙ୍କ ପ୍ରବଳ ଭିଡ ହେଉଥିବା ଜଣାପଡିଛି। ଚେପଟିଆମ୍ବା ଗ୍ରାମର ଶିବଭକ୍ତ ଗିରିଧର ସାନ୍ତାଙ୍କୁ ଗତ ଗୁରୁବାର ଦିନ ରାତ୍ର ସମୟରେ ଶିବ ଲିଙ୍ଗ ଓ ନନ୍ଦି ଟିପାଗୁଡ଼ା ଜଙ୍ଗଲରେ ରହିଥିବା ନେଇ ସପ୍ନ ହୋଇଥିଲା।ସପ୍ନ ଦେଖିବା ପରେ ଭୋର ସକାଳୁ ଗିରିଧର ସାନ୍ତା ଏବଂ ବସମନ ସାନ୍ତା ସପ୍ନ ଦେଖିଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ।ଟିପାଗୁଡା ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଶିବଲିଙ୍ଗ ସହ ନନ୍ଦି ଦେଖିଥିଲେ।ତେବେ ଶିବଲିଙ୍ଗ ଏବଂ ନନ୍ଦି ପ୍ରାୟ ୮୦ ପ୍ରତିଶତ ମାଟିରେ ପୋତି ହୋଇ ଯାଇଥିଲା।ମାଟିରୁ ବାହାର କରିବା ପରେ କିଛି ଲୋକଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଖବର ପ୍ରସାର ହେବା ପରେ ଶିବ ଭକ୍ତ ଏବଂ ଦେଖଣାହାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଶିବଲିଙ୍ଗ ଓ ନନ୍ଦି ଠାରୁ କିଛି ଦୂରରେ ବର୍ତ୍ତମାନ ପୂଜା ହେଉଥିବା ବେଳେ ଆସନ୍ତା ୧୯ ତାରିଖରେ ପ୍ରତିଷ୍ଠା ହେବା ପରେ ଶିବଲିଙ୍ଗ ଏବଂ ନନ୍ଦିର ପୂଜା ହେବ ବୋଲି ଗିରିଧର ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |