କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି : ୧୪ ହଜାର କୋଟିର କାର୍ଯ୍ୟକ୍ରମକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨।୯: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ କୃଷି କ୍ଷେତ୍ର ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ତର୍ଭୁକ୍ତ ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କ୍ୟାବିନେଟ୍ ବୈଠକରେ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ସହ ସେମାନଙ୍କ ଆୟ ବୃଦ୍ଧି ପାଇଁ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମଟି ହେଉଛି ଡିଜିଟାଲ କୃଷି ମିଶନ । କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭଳି ଏହାର ବିକାଶ କରାଯାଉଛି। କିଛି ଭଲ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ ଆମେ ସଫଳତା ପାଇଛୁ । ଏହାକୁ ଆଧାର କରି ମୋଟ ୨,୮୧୭ କୋଟି ଟଙ୍କା ବିନିଯୋଗରେ ଡିଜିଟାଲ କୃଷି ମିଶନ ପ୍ରତିଷ୍ଠା କରାଯିବ।”କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ଆରମ୍ଭ ହେବ ୧୪ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ। ଆଜି ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଡିଜିଟାଲ କୃଷି, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ନିୟମିତ ଫାର୍ମିଂ ଭଳି କୃଷି ସହ ଜଡ଼ିତ କାର୍ଯ୍ୟକ୍ରମକୁ କ୍ୟାବିନେଟ ଅନୁମତି ମିଳିଛି।ଡିଜିଟାଲ କୃଷି ମିଶନ ପାଇଁ ୨,୯୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ମିଶନ ଜରିଆରେ କୃଷି କ୍ଷେତ୍ରକୁ ଅତ୍ୟାଧୁନିକ କରାଯିବ। ଟେକ୍ନୋଲୋଜିର ବ୍ୟବହାର କରି ଚାଷ ଜମିର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବ।ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ କ୍ରପ ସାଇନ୍ସ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେଇଛି। ଏଥିପାଇଁ ୩,୯୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ଲୋକଙ୍କୁ ଉତ୍ତମ ଗୁଣବତ୍ତାର ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ କ୍ରପ ସାଇନ୍ସ ବିକାଶ ଓ ରିସର୍ଚ୍ଚ ଏହା ଦ୍ୱାରା କରାଯିବ।କୃଷି ଶିକ୍ଷା, ପରିଚାଳନା ଓ ସାମାଜିକ ବିଜ୍ଞାନ ପାଇଁ ୨୨୯୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପାଣ୍ଠି ସମଗ୍ର ଦେଶରେ କୃଷି ଶିକ୍ଷା ଓ ପରିଚାଳନା କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବ। ପଶୁଧନର ପରିପୋଷଣୀୟ ସ୍ୱାସ୍ଥ୍ୟ ଓ ଉତ୍ପାଦନ ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ ୧୭୦୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!