ସୁଭଦ୍ରା ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ସାମିଲ କରାଯାଉ

ଭୁବନେଶ୍ୱର,୩।୯ : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବାଦ ପଡ଼ୁଛନ୍ତି ଲକ୍ଷ ଲକ୍ଷ ମହିଳା। ସବୁ ମହିଳାଙ୍କୁ ସାମିଲ କରାଯାଉ ଶୀର୍ଷକ ମୁଲତବୀ ପ୍ରସ୍ତାବ ନେଇ ସରଗରମ ଆଲୋଚନା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁ କଥା କୁଆଯାଇଛି ତାହା ସତ୍ୟ ଠୁ ବହୁତ ଦୂରରେ। ସୁଭଦ୍ରା ଯୋଜନାରେ ସର୍ବାଧିକ ମହିଳା ଉପକୃତ ହେବେ। ମହିଳା ଶଶକ୍ତିକରଣ ହେବ, ମହିଳାଙ୍କୁ ଆର୍ଥିକ ସ୍ଵାଧୀନତା ମିଳିବ, ଉଦ୍ୟମିତା ପ୍ରୋତ୍ସାହନ ହେବ।ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି।  କିନ୍ତୁ ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ, ବରଂ କିଛି କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ମହିଳାର ଅର୍ଥ କ’ଣ କିଛି କିଛି ମହିଳା ବୋଲି ଛୁରିଆ ପ୍ରଶ୍ନ କରିଛନ୍ତି । ଭାଜପା ନେତାମାନେ ଠିକ୍‌ଭାବେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି କିମ୍ବା ନ ବୁଝିପାରିବାର ଅଭିନୟ କରୁଛନ୍ତି। ଏହି ୫୦ ହଜାର ଟଙ୍କା ୨ ବର୍ଷରେ ନୁହେଁ ବରଂ ୫ ବର୍ଷରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଭାଜପା ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ରାଜ୍ୟର ମହିଳାମାନେ ଅନେକ ଆଶା ବାନ୍ଧିଥିଲେ ।
କିନ୍ତୁ ଏସ୍‌ଓପି ଆସିବାପରେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହେବେ ବୋଲି ଜାଣି ନିରାଶ ହୋଇଛନ୍ତି। ତେଣୁ ସୁଭଦ୍ରା ଯୋଜନା ଏକ ପ୍ରବଞ୍ଚନା ଓ ଜୁମଲାରେ ପରିଣତ ହୋଇଛି ବୋଲି ଛୁରିଆ କହିଛନ୍ତି ।ଏସ୍‌ଓପିରେ କୁହାଯାଇଛି, କେବଳ ୨୧ବର୍ଷରୁ ୬୦ ବର୍ଷର ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ। ସ୍ବାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି, ୧୮ ବର୍ଷରେ ନାଗରିକର ଅଧିକାର ମିଳୁଥିବା ବେଳେ ୧୮ରୁ ୨୦ବର୍ଷର ମହିଳାମାନଙ୍କୁ କେଉଁ କାରଣରୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଏହି ବୟସରେ ମହିଳାମାନେ ପ୍ରାୟତଃ କଲେଜରେ ପଢୁଥାନ୍ତି ଓ ସେମାନଙ୍କ ନିଜ ଖର୍ଚ୍ଚ ପାଇଁ ଅର୍ଥ ଆବଶ୍ୟକ ଥାଏ। କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ନବୀନ ସରକାରଙ୍କ ଦ୍ୱାରା ‘ନୂଆ-ଓ’ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନକୁ ଭାଜପା ସରକାର ବନ୍ଦ କରିଦେଇଛନ୍ତି। ଅନ୍ୟପଟରେ, ସୁଭଦ୍ରା ଯୋଜନାରେ ସାମିଲ ନ କରିବା କାରଣରୁ ସେମାନଙ୍କୁ ଉଭୟ ପଟରୁ କ୍ଷତି ସହିବାକୁ ପଡୁଛି। ସେହିପରି, ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯାଇଛି। ଏହାଦ୍ୱାରା ସେମାନେ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି।   ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଏଥିରେ ସାମିଲ ନ କଲେ ବିଜେଡି ରାସ୍ତାକୁ ଓହ୍ଲାଇବ। ପ୍ରତ୍ୟେକ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!