ନବରଙ୍ଗପୁର (ମିହିର ଶଙ୍କର ପାତ୍ର),,୩।୯:-ସେପ୍ଟେମ୍ବର ୩ ତାରିଖ ଦିନ ଡାବୁଗାଁ ଠାରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନବରଙ୍ଗପୁର ଲୋକ ସଭା ପ୍ରଭାରୀ ମନିଜର ଆର୍ଯ୍ୟ, ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ବିଜେପି ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ,ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର ଏବଂ ରମାପତି ବିଷୟୀ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ସୋନା ମାଝୀ ବୈଠକ ରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ମଣ୍ଡଳ ଉପ ସଭାପତି ବଣ୍ଟି ସିଂ, ତ୍ରୀନାଥ ଅମନାତ୍ୟ,ହରି ପାଣିଗ୍ରାହୀ,ଏକାମ୍ର ବିଷୟୀ, ସୁଧାଂଶୁ ବିଷୟୀ, କିରଣ ରାଓ, ଗୁରୁବାରୁ ମାଝୀ, କୃଷ୍ଣ ଭତ୍ରା, ଦିନେଶ ସିଂ, ଆସ୍ତାମା ଗୌଡ, ହରିହର ଡଙ୍ଗରୀ,ମାନସାଏ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସଦସ୍ୟତା ଅଭିଯାନ ରେ ଅଧିକ ରୁ ଅଧିକ କୃଷକ ମାନଙ୍କୁ ଭାରତୀୟ ଜନତା ପାର୍ଟିରେ ସାମିଲ କରିବା ପାଇଁ ଆଲୋଚନା ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |