ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁଦିବସ ଓ ଅବସରକାଳୀନ ସମାର୍ଦ୍ଧନା ସଭା ଅନୁଷ୍ଠିତ

ନବରଙ୍ଗପୁର,(ମିହିର ଶଙ୍କର ପାତ୍ର),ପାପଡା ହାଣ୍ଡି ବ୍ଳକ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଓ ଅଵସର କାଳୀନ ସମର୍ଦ୍ଧନା ରେ ସଭାପତି ସୁଦର୍ଶନ ମାଝୀ,ମୁଖ୍ୟ ଅତିଥି ଅଵସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର ପାଢ଼ୀ,ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଓ ସେବା ନିବୃତ ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀ କୁ ମାନପତ୍ର ଓ ଉପଢୋଉକନ ସହ ସମ୍ମାନୀତ କରା ଯାଇଥିଲା । ଆଜି ଦିବସର ରେ ସେବା ନିବୃତ ଶିକ୍ଷକ ହରିହର ଦାସ ବକ୍ତବ୍ୟରେ ଶିକ୍ଷକ ସଂଘ ର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ସହ ଆଗାମୀ ବର୍ଷରେ ଏ ଦିବସ ପାଳନ କରିବା ମତ ପୋଷଣ କରିଥିଲେ ।ଅଵସର ପ୍ରାପ୍ତି ଗୋଷ୍ଟି ଶିକ୍ଷା ଅଧିକାରୀ ଵୀରେନ୍ଦ୍ର କୁମାର ପାଢ଼ୀ ଛାତ୍ର ଛାତ୍ରୀ ମାନଙ୍କର ଅଭିବୃଦ୍ଧି ପାଇଁ ଶିକ୍ଷକ ର ଭୂମିକା ସହ ଶିକ୍ଷାୟତନର ଉନ୍ନତି ତଥା ସମସ୍ତ ପାଇଁ ଶିକ୍ଷା ଲାଭ ପାଇଁ ମତ ପୋଷଣ କରିଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଆଜି ର କାର୍ଯ୍ୟ କ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଵକଚାନ୍ଦ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ ।ବିଶେଷ ମହୂରତ ରେ ଯୋଗଦାନ କରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଅଵସର ଶିକ୍ଷକ ମାନଙ୍କୁ ଭଗବତ ଗୀତା ପ୍ରଦାନ କରିଥିଲେ ।ସୁକମନ ଦିଶାରୀ , ଦେଵ ମାଝୀ, ଗୋବର ନାୟକ ,ଦେବାରଚନ ପଞ୍ଜିଆ ପ୍ରମୁଖ ସହଯୋଗ କରିଥିଲେ ।ଆର୍ଥିକ ପରିଚାଳନା ଜଗନ୍ନାଥ ମାଝୀ ଆଜି ଦିବସରେ ସମସ୍ତକୁ ଧନ୍ୟବାଦ ସହ ସଭା ସମାପ୍ତ ଘୋଷଣା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!