ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର

କେନ୍ଦ୍ରାପଡ଼ା,୬।୯: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଛି।ବିଳମ୍ବିତ ରାତିରେ ଗାଁର ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ପାଖପାଖ ଘରକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏଥିସହ ନିଆଁର ପ୍ରକୋପ ସହ ଧୁଆଁ ଅଧିକ ହେଉଥିବାରୁ ନିଆଁ ଲିଭାଇବା ପାଇଁ ବହୁତ କଷ୍ଟକର ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!