*ଜୁନାପାଣି ରେ କେକ କାଟି ପୋଷଣ ମାସ ପାଳିଲେ ଡାବୁଗାଁ ସିଡିପିଓ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୬।୯ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ରେ କେକ କାଟି ପୋଷଣ ମାସ ପାଳିଲେ ଡାବୁଗାଁ ସିଡିପିଓ ମିନତୀ ଦାସ ।ଉପସ୍ଥିତି ଥିଲେ ସୁପ୍ରବାଇଜର ମାନେ ଜୁନାପାଣି ସରପଞ୍ଚ, ଡାବୁଗାଁ ମିଶନଶକ୍ତିର ଏମବିକେ ଦିଦି ,ସିଆରପି ମାନେ ଓ ଅଙ୍ଗନୱାର୍ଡ ମାନେ। ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ବା ନ୍ୟାସନାଲ୍ ନ୍ୟୁଟ୍ରିସନ୍ ମନ୍ଥ ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ପୋଷଣ ସପ୍ତାହ ବୋଲି ପାଳିତ କରାଯାଏ।2018 ମାର୍ଚ୍ଚ ମାସରେ ଜାତୀୟ ପୋଷଣ ଅଭଇଯାନ ଆରମ୍ଭ ହୋଇ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିଲା ଯେଉଁଥିରେ ମୁଖ୍ୟତଃ ଛୋଟ ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆ, କିଶୋରୀ ଝିଅମାନେ (13-19 ବର୍ଷ) ବର୍ଗକୁ ଏଥିରେ ସାମିଲ ହୋଇଥିଲେ। ବର୍ତ୍ତମାନ ପୋଷଣ ଅଭିଯାନରେ ଅଙ୍ଗନୱାଡ଼ିକୁ ଏକ ମୁଖ୍ୟ ଭୂମିକା ଦେଇ ମିଲେଟ୍‌କୁ ପୋଷଣଯୁକ୍ତ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।ଏହି ପୋଷଣ ମାସର ଉଦ୍ଦେଶ୍ୟ ସମାଜର ଅପହଞ୍ଚ ଗୋଷ୍ଠୀ ପାଖରେ ପହଁଚାଇବା ଏବଂ ବିଭିନ୍ନ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ କରିବା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!