ଲୋପ ହେବାକୁ ବସିଲାଣି ଗ୍ରାମ୍ୟ ପରମ୍ପରା “ବିପଦରେ ଗୋ ସମ୍ପଦ” ଗାଁ ଦାଣ୍ଡରେ ଶୁଭୁନି ହମ୍ବା ରଡ଼ି

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୬।୯:ଆଧୁନିକତାର ସୁଅରେ ହଜିଗଲାଣି ପ୍ରାଚୀନ ପରମ୍ପରା ଆଉ ଅତୀତର ଇତିହାସ । ସମୟଚକ୍ରରେ ପଡ଼ି ମନୁଷ୍ୟର ଲାଇଫ୍ ଷ୍ଟାଇଲ ମଧ୍ୟ ବଦଳି ଗଲାଣି । ସମୟ ଥିଲା, ଯେତେବେଳେ ଗାଁ ଦାଣ୍ଡରେ ଗାଈ ସନ୍ଧ୍ୟା ସମୟରେ ଗାଇଗୋଠ ଧରି ଘରମୁହାଁ ହୋଇଥାଏ । ଘରମୁହାଁ ସମୟରେ ଗାଁ ଦାଣ୍ଡରେ ଗାଈ, ବାଛୁରୀ ମାନଙ୍କର ହମ୍ବା ରଡି ବାଛୁରୀ ଧୁଳି ଉଡେଇ ହମ୍ବା ରଡି କରି ଘରୁ ବାହାରିବା ଠାରୁ ସନ୍ଧ୍ୟାରେ ଫେରିବା ପର୍ଯ୍ୟନ୍ତ ଯେଉଁ ଗ୍ରାମୀଣ ପରମ୍ପରା ରହିଥୁଲା ଆଉ ତାହା ଦେଖୁବାକୁ ମିଳୁ ନାହିଁ । ସେତେବେଳେ ଗାଈଆଳଙ୍କ ଦ୍ବାରା ସକାଳ ଏକ ନିର୍ଦ୍ଦିଷ୍ଟ ସମୟରେ ଗାଈ ଫିଟାରଡି ଆଉ ଶୁଭୁ ନାହିଁ। କାରଣ, ଗୋ ଚାରଣ ଜମିର ଅଭାବ ବର୍ତ୍ତମାନ ପରି ଲକ୍ଷିତ ହେବା ସହ ଗାଇଆଳ ପିଲାଙ୍କର ଅଭାବ ଦେଖାଦେଇଛି । ଫଳରେ, ଆଉ କୌଣସି ବ୍ୟକ୍ତି ଗାଈ ରଖୁବାକୁ ଚାହୁଁ ନାହାନ୍ତି ଯିଏବା ରଖୁଛନ୍ତି ସେମାନେ ବିକ୍ରି କରିବା ପାଇଁ ଚାହୁଁଛନ୍ତି ।ଏହାର କୁ ପ୍ରଭାବ ମଣିଷ ସମାଜ ଉପରେ ପଡୁଛି।ଲୋକମାନେ ବଜାର ରେ ବିକ୍ରି ହେଉଥ‌ିବା ଅପମିଶ୍ରିତ ପାଉଚ୍ କ୍ଷୀର, ଦହି, ଘିଅ ପ୍ୟାକେଟ ବ୍ୟବହାର କରୁଛନ୍ତି ଯାହା ସ୍ଵାସ୍ଥ୍ୟ ପାଇଁ କ୍ଷତି କାରକ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଗାଈ ଗୋବର ବ୍ୟବହାର ପାଇଁ ମିଳୁନାହିଁ। ବର୍ତ୍ତମାନ ଡାବୁଗାଁ ଅଂଚଳରେ ହଜିବାକୁ ବସିଲାଣି ଗ୍ରାମ୍ୟ ପରମ୍ପରା ଆଉ ଗ୍ରାମୀଣ ଜୀବନ ଶୈଳୀ। ନିଜ ସଂସ୍କୃତି ଓ ପରମ୍ପରାକୁ ଲୋକେ ଭୁଲି ବସିବା ଓଡ଼ିଆ ଅସ୍ମିତା ନୁହେଁ ତ ଆଉ କଣ ବୋଲି କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!