ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୮।୯:-ନୂଆଖାଇ ର ପୂର୍ବ ସନ୍ଧ୍ୟାରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତିଗାଁ ମହିମା ଟୁଙ୍ଗି ରେ ମହିମା ଭକ୍ତ ମାନଙ୍କ ସମାଗମ ହେଉଛି। ବିଭିନ୍ନ ଅଞ୍ଚଳରୁ ଭକ୍ତ ଆସି ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଙ୍କ ଆଶୀର୍ବାଦ ଗ୍ରହଣ କରୁଛନ୍ତି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ସାମାଜିକ ଗଣମାଧ୍ୟମ ପ୍ରଭାରୀ ଗୋରା ହରିଜନ ପାପଡାହାଣ୍ଡି ଉପ ସଭାପତି ଜୟସେନ ନାଗେଶ ଏବଂ ହିତେନ୍ଦ୍ର ସିଂ ମଧ୍ୟ ବାବା ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଏବଂ ବାବା ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ କାଲି ବ୍ରହ୍ମ ମୁହୁର୍ତ୍ତ ରେ ନବାନ୍ନ ଗ୍ରହଣ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |