ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୮।୯:ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଅନେକ ଗୁରୁତ୍ବ ବହନ କରେ । ଗଜାନନଙ୍କୁ  ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଆଡେ ଉତ୍ସବର ମାହୋଲ । ନବରଙ୍ଗପୁର ସ୍ଥିତ ସ୍ମାର୍ଟ ଗୁରୁକୁଲ ସହ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏପରିକି ଜିଲ୍ଲାର ସମସ୍ତ ବ୍ଲକ ରେ ସାହି ଗଳିରେ ଆୟୋଜନ କରାଯାଇଛି ପୂଜା । ବିଭିନ୍ନ ପୂଜା ପେଣ୍ଡାଲରେ ପୂଜା ପାଉଛନ୍ତି ଗଜାନନ । ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି। ସ୍କୁଲ କଲେଜରେ ବେଶ୍ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଛାତ୍ରଛାତ୍ରୀ ମାନେ ସ୍କୁଲରେ ପହଂଚି ବୁଦ୍ଧିଦାତାଙ୍କ ପୂଜା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!