NRC ନମ୍ବର ନୂତନ ଆଧାର ପାଇଁ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୮।୯: ଏନ୍‌ଆର୍‌ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ। ଆଧାର କାର୍ଡ ପାଇବାକୁ ହେଲେ ସମସ୍ତ ଆବେଦନକାରୀଙ୍କୁ ନିଜର ଏନ୍‌ଆର୍‌ସି ନମ୍ବର ବା ରସିଦ ନମ୍ବର ଜମା କରିବାକୁ ହେବ। ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ରାଜ୍ୟରେ ବୃଦ୍ଧି ପାଉଥିବା ଅବୈଧ ବିଦେଶୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସାମ ସରକାର ଆଧାର କାର୍ଡ଼ ତିଆରି କରିବାକୁ ନେଇ ଆହୁରି କଠୋର ହୋଇଯାଇଛନ୍ତି । ନୂତନ ଆଧାର କାର୍ଡ଼ ତିଆରି କରିବା ପାଇଁ ଏକ SOP ପ୍ରସ୍ତୁତ କରାଯିବ ଯାହା ଚଳିତ ବର୍ଷ ୧ ଅକ୍ଟୋବରରୁ ଲାଗୁ ହେବ ।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କ ଅନୁଯାୟୀ ରାଜ୍ୟରେ ଆଧାର କାର୍ଡ଼ ପାଇଁ ଆସିଥିବା ଆବେଦନ ଜନସଂଖ୍ୟା ତୁଳନାରେ ବହୁତ ଅଧିକ । ଏହା ରାଜ୍ୟରେ ସନ୍ଦିଗ୍ଧ ନାଗରିକକୁ ଦର୍ଶାଉଥିବା ସେ କହିଛନ୍ତି । ସେଥିପାଇଁ ରାଜ୍ୟରେ ଆଧାର କାର୍ଡ଼କୁ ନେଇ ନିୟମ କଡ଼ାକଡ଼ି କରାଯିବ । ଏଥିପାଇଁ ଆବେଦନକାରୀଙ୍କୁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର(NRC)ର ଆବେଦନ ରସିଦ ନମ୍ବର ଜମା କରିବାକୁ ପଡ଼ିବ । ଏହା ଦ୍ୱାରା ଅବୈଧ ବିଦେଶୀଙ୍କ ପ୍ରବେଶ ଉପରେ ରୋକ୍ ଲାଗି ପାରିବ । ତେବେ NRC ଆବେଦନ ରସିଦ ନମ୍ବର ୯.୫୫ ଲକ୍ଷ ଲୋକଙ୍କ ଉପରେ ଲାଗୁ ହେବ ନାହିଁ ଯାହାଙ୍କ ବାୟୋମେଟ୍ରିକ୍ ପ୍ରକ୍ରିୟା ସମୟରେ ଲକ୍ କରିଦିଆଯାଇଥିଲା । ଚାହା ବଗିଚା ଥିବା ଅଞ୍ଚଳରେ ଏହା ଲାଗୁ କରାଯିବନି କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ୍ ମେଶିନ ଉପଲବ୍ଧ ନ ହେବା ଭଳି ସମସ୍ୟା ହେତୁ ଲୋକମାନେ ଆଧାର କାର୍ଡ଼ ପାଇନାହାଁନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି କି ରାଜ୍ୟରେ ଏପରି ୪ଟି ଜିଲ୍ଲା ରହିଛି ଯେଉଁଠି ଅନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାର କାର୍ଡ଼ ପାଇଁ ଅଧିକ ଆବେଦନ ଆସିଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାରପେଟା(୧୦୩.୭୪% ଆଧାର କାର୍ଡ଼ ଆବେଦନ), ଧୁବରୀ(୧୦୩%), ମୋରିଗାୱଁ(୧୦୧%) ଏବଂ ନାଗାୱଁ(୧୦୧%) । ଗତ ମାସ ରାଜ୍ୟରେ ୨ ଜଣ ବାଂଲାଦେଶୀ ଧରାପଡ଼ିବା ପରେ ରାଜ୍ୟ ତଥା ସୀମାବର୍ତ୍ତୀ ଅଞ୍ଚଳରେ ଅବୈଧ ବିଦେଶରୀଙ୍କ ଚିହ୍ନଟ ପ୍ରକ୍ରିୟା ବୃଦ୍ଧି କରିଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!