ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୮।୯:ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଛି ।୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ- DIPAM ସଚିବ ଅଛନ୍ତି ତୁହିନକାନ୍ତ। ସେ କେନ୍ଦ୍ର ଅର୍ଥ ସଚିବ ଭାବେ ଟିଭି ସୋମନାଥନଙ୍କ ସ୍ଥାନ ନେବେ। ୧୯୮୭ ବ୍ୟାଚ୍ ର ଓଡ଼ିଶା କ୍ୟାଡର୍ IAS ଅଫିସର୍ ତୁହିନକାନ୍ତ ପାଣ୍ଡେ।କେନ୍ଦ୍ରୀୟ ଡେପୁଟେସନ୍ ପୂର୍ବରୁ ଥିଲେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ତା ପୂର୍ବରୁ ସେ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନ- OSFCର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ-OSICର ଏମ୍ଡି, ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଥିଲେ। ପ୍ଲାନିଂ କମିଶନ ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ତୁହିନକାନ୍ତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!