ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୮।୯:-ଆଜିଠୁ ଡାବୁଗାଁ ବ୍ଲକରେ ଗଡ଼ିଛି ସଚେତନତା ରଥ। ଘରେ ଘରେ ସୁଭଦ୍ରା । ଗାଁ ଗାଁ ସହର ସହର ବୁଲିବ ସଚେତନତା ରଥ। ଡାବୁଗାଁ ବ୍ଲକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ 11ଘଣ୍ଟା ସମୟରେ ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଡାବୁଗାଁ ବିଡ଼ିଓ ଶରତ ମାଝୀ ।ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ ।। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ। ଏହି ସଚେତନତା ରଥ ଡାବୁଗାଁ ବ୍ଲକର ଗ୍ରାମରେ 4 ଦିନ ବୁଲିବ। ଗାଁ ଗହଳିରେ ବୁଲି ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ। ସୁଭଦ୍ରା ଯଜନା ପାଇଁ ଦଲାଲ ମାନେ ବି ସକ୍ରିୟ ଅଛନ୍ତି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଆଜିର ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ଜିପିଓ ପଦ୍ମନାଭ ବୋଳା ,ପିଓ ଏଡି ପ୍ରସାଦ, ଡାବୁଗାଁ ପଂଚାୟତ ମିଶନ ଶକ୍ତି ଏମବିକେ ଦିଦି,ମିଶନଶକ୍ତି ସଭାପତି, ସମ୍ପାଦିକା, ସିଆରପି ମାନେ ଏଵଂ ଅଙ୍ଗନୱାଡି କର୍ମୀମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |