ସମ୍ବଲପୁର,୮।୯: ଆଜି ନୂଆଁଖାଇ ଅବସରରେ ରାଜ୍ୟର କୃଷକ ମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଚାଷୀର ପର୍ବ ନୂଆଖାଇ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତ କରିବା ସହିତ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ସିଏମ କିଷାନ ଯୋଜନା, କୃଷିବିଦ୍ୟନିଧି ଭଳି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଚାଷୀ ଭାଇଙ୍କ କଥା ରଖିବେ ବୋଲି ସେ ପୁରୁଣା ପ୍ରତିଶୃତି ଦୋହରାଇଛନ୍ତି । ସିଏମ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପିଲାମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହିତାଧିକାରୀମାନଙ୍କ ପିଲାଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସିଏମ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନାର ଘୋଷଣା ମଧ୍ୟ କରିଛନ୍ତି । ସିଏମ କିଷାନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କ ପିଲାମାନେ ଏହି ଯୋଜନା ଅଧୀନରେ ସୁବିଧା ପାଇପାରିବେ । ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଚାତ୍ରବୃତ୍ତି ଆକାରରେ ପିଲାମାନେ ଏହି ଟଙ୍କା ପାଇପାରିବେ । ଓଡ଼ିଶାରେ କୃଷି ଏବଂ କୃଷକଙ୍କ ପରିବାରକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏହି ଦୁଇଟି ଯୋଜନାର ଘୋଷଣା କରିଛନ୍ତି ।ସେ କହିଛନ୍ତି, ଧାନର ଏମଏସପି 31ଶହ ଟଙ୍କା ବୃଦ୍ଧି କରିବାକୁ ବିଜେପି ଯାହା ଘୋଷଣା କରିଥିବା ଆମେ ସେହି ପ୍ରତିଶୃତି ପାଳନ କରିବୁ । କେନ୍ଦ୍ର ସରକାର 23 ହଜାର ଏବଂ ରାଜ୍ୟ ସରକାର 8 ଶହ ଟଙ୍କା ପ୍ରଦାନ କରିବେ । ଅନ୍ୟପଟେ ସେ ବିଜେଡିକୁ ମଧ୍ୟ ଆକ୍ଷେପ କରିଛନ୍ତି । ପୂର୍ବ ସରକାର 100 ଟଙ୍କା କହି ଦେଇପାରିଲେନି କିନ୍ତୁ ଆମେ 800 ଟଙ୍କା ପ୍ରଦାନ କରିବୁ ବୋଲି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ଚାଷୀ ଏହି ସୁବିଧା ପାଇବେ ବୋଲି ମୋହନ ମାଝୀ କହିଛନ୍ତି । ଆଜି ଚାଷୀର ପର୍ବ ନୂଆଖାଇରେ ଚାଷୀଙ୍କୁ ଅନେକ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |