କେନ୍ଦ୍ରାପଡା,,୯ା୯ : ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜ ଅଧୀନ ଏକମାଣିଆ ବାଲିଡ଼ିଆ ଆଇଲ୍ୟାଣ୍ଡରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ୯ ତାରିଖ ଠୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ । କିଛି ପକ୍ଷୀ ବିଶାରଦଙ୍କ ସହ ବନ କର୍ମଚାରୀ ମାନେ ସାମିଲ ହୋଇ ପକ୍ଷୀ ଗଣନା କରିବେ। ବିଶେଷକରି ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ,ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ଏହି ପକ୍ଷୀ ଗଣନା କରାଯିବ ।ଏହି ସବୁ ସ୍ଥାନ ମାନଙ୍କରେ ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ରାଣୀବଗ, ବଡ଼ବଗ, ମଝିଆବଗ, ଦାବେଣ୍ଟିଆ, କାପରଖାଇ, ପାଣିକୁଆ, ଛୋଟ ବଗ ପ୍ରଭୁତି ୧0 ପ୍ରଜାତିର ଏହି ଦେଶୀୟ ପକ୍ଷୀ ଗୁଆଁ, ବନି, କେରୁଆ ପ୍ରଭୁତି ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି ।ଏହି ଦେଶୀୟ ପକ୍ଷୀ ମାନେ ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରେ ନିଜର ବଂଶ ବିସ୍ତାର କରିବା ପାଇଁ ଭିତରକନିକା ଆସିଥାନ୍ତି। ଏଠାରେ ସେମାନଙ୍କର ଉପଯୋଗୀ ଖାଦ୍ୟ ଯଥା ମାଛ, କଙ୍କଡା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ବସା ଋତୁ ଆରମ୍ଭରେ ସେମାନେ ସେମାନଙ୍କର ବଂଶ ବିସ୍ତାର ପାଇଁ ଆସିଥାନ୍ତି ବୋଲି ଏନେଇ ସୂଚନା ଦେଇଛନ୍ତି ବନବିଭାଗ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |