ଭୁବନେଶ୍ୱର,୯।୯: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ରହିବ ଏଆଇ ।ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ । ତା ସାଙ୍ଗକୁ ବେଳାଭୂମି ସହ ରହିବ ପୁରା ସହର। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଲାଗିବ AI କ୍ୟାମେରା। ଭିଡ ନିୟନ୍ତ୍ରଣ, ଭିତର ଶୋଧ, ସନ୍ଦିଗ୍ଧ ଗତିବିଧି, ମୋବାଇଲ ତଥା ଆଧୁନିକ ଯନ୍ତ୍ରପାତି ଉପରେ ନଜର ରଖାଯାଇପାରିବ। ଶ୍ରୀମନ୍ଦିରର ୪ ଦ୍ୱାର ସହ ମନ୍ଦିର ଉପରେ ରହିବ ୨୪ ଘଣ୍ଟିଆ ସିସିଟିଭ ନଜର । ଖାଲି ଶ୍ରୀମନ୍ଦିର ନୁହେଁ, ଗୁଣ୍ଡିଚା ମନ୍ଦିର ବି ଜଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା । ତେଣୁ ମନ୍ଦିର ଚାରି ପଟେ ଲାଗୁଛି ସିସିଟିଭି । ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ମନ୍ଦିରର ସୁରକ୍ଷା ସହ ଭିଡ ନିୟନ୍ତ୍ରଣ, ଭିତର ଶୋଧ, ମୋବାଇଲ ପ୍ରବେଶ, ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନର ଆଶା ।ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଉଛି । କମିଟି ଅନୁଭବ କରିଛି କି, ମନ୍ଦିରର ଭିତର ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି, କୌଣସି ଅଘଟଣା ବା ସନ୍ଦିଗ୍ଧ କାର୍ଯ୍ୟ ସିସିଟିଭି ଦ୍ୱାରା ଧରାପଡିବ । ଏହା ପୋଲିସକୁ ମନ୍ଦିରରେ ଦର୍ଶନାର୍ଥୀଙ୍କ ଦର୍ଶନ ସୁପରିଚାଳନାରେ ସହାୟକ ହେବ ବୋଲି କମିଟି ଅନୁଭବ କରିବାରୁ ଏମିତି ନିଷ୍ପତ୍ତି ନେଇଛି । ଖାଲି ବାହାର ନୁହେଁ, ଏଆଇ କ୍ୟାମେରା ମନ୍ଦିରର ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡା ଓ ଅନ୍ୟ ସ୍ଥାନ ଉପରେ ନଜର ରଖିବ ।ଶ୍ରୀମନ୍ଦିର ଉପରେ ସିସିଟିଭି କ୍ୟାମେରା ଇନଷ୍ଟଲେସନକୁ ସେବାୟତ ମଧ୍ୟ ସ୍ୱାଗତ କରିଚନ୍ତି । ଏହା ଭିଡକୁ ନିୟନ୍ତ୍ରଣ କରିବ ବୋଲି ସେବାୟତ କହିଛନ୍ତି । ସେବାୟତ ଆହୁରି ଦାବି କରିଛନ୍ତି କି, ଏମିତି ଉନ୍ନତ ଟେକ୍ନୋଲୋଜିର କ୍ୟାମେରା ଲଗାଯାଉ, ଯେମିତି ମନ୍ଦିର ଭିତରେ ମୋବାଇଲ ଚିହ୍ନଟ କରାଯାଇପାରିବ ।ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି ରୋକିବା କ୍ଷେତ୍ରରେ ଏହି CCTV ଅଭେଦ୍ୟ ରିପୋର୍ଟ ପ୍ରଦାନ କରିବ । ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ ସିସିଟିଭି କ୍ୟାମେରା। ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସିସିଟିଭି ବଳୟ ଭିତରେ ରଖାଯାଉ ବୋଲି ଦାବି ଜୋର୍ ଧରିଛି।ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ । ଶ୍ରୀମନ୍ଦିର ଚାରି ଦ୍ବାର ସହିତ ଥିବା ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ। ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ହୋଇପାରିବ ।ସେହିପରି ମୋବାଇଲ୍ ଫୋନ୍ ଚିହ୍ନଟ କରିପାରୁଥିବା AI ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯାଇପାରିବ, ସେଥିପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ବୋଲି କହିଛନ୍ତି ସେବାୟତ। ସେପଟେ ସିସିଟିଭି ଲଗାଯିବା ଆରମ୍ଭ ହୋଇଗଲାଣି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |