ଭୁବନେଶ୍ୱର,୧୧।୯: ସଂଯୁକ୍ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର|ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସଂଯୁକ୍ତା ସେଠୀଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି।ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି।ସଂଯୁକ୍ତାଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋଶାଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଂଯୁକ୍ତା ସେଠୀଙ୍କର ତ୍ୟାଗ, ନିଷ୍ଠା ଓ ଜନସେବା ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ। ଏହା ସହିତ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |