ଗଞ୍ଜାମ ,,୧୧।୯:ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରେଡ୍ କରିଛି ଭିଜିଲାନ୍ସ । ଭଞ୍ଜନଗର ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡସ୍ଥିତ ତିନି ମହଲା ବିଶିଷ୍ଟ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |