ଭୁବନେଶ୍ୱର,୧୧।୯: ଢିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କର ମୃତ୍ୟୁ ହେଲେ ଏବେ ମିଳିବ ୬ଲକ୍ଷ ଟଙ୍କା। ପୂର୍ବ ସରକାର ସମୟରେ ୪ଲକ୍ଷ ଟଙ୍କା ମିଳୁଥିବା ବେଳେ ମୋହନ ସରକାର ଏହାକୁ ୬ଲକ୍ଷକୁ ବୃଦ୍ଧି କରିଛନ୍ତି। ସେହିଭଳି ସ୍ୱଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ସହାୟତା ବାବଦରେ ୨ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷର ସହାୟତା ରାଶି।ସେହିପରି ସ୍ବାଭାବିକ ମୃତ୍ୟୁ ହେଲେ ୩ ଲକ୍ଷର ସହାୟତା ରାଶି ମିଳିବ । ଲୋକସଭା ଭବନରେ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |