ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ଭୁବନେଶ୍ୱର,୧୨।୯: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି।   ଜଳସେଚନ ପ୍ରକଳ୍ପକୁ ବିରୋଧ କରି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି  । ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଚକଦର ସମନ୍ବୟ ସମିତି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଛି । 49 ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି । ତେବେ ବନ୍ଦ ଡାକରରା ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧର ସମନ୍ୱୟ ସମିତି। ସମିତି ପକ୍ଷରୁ ୪୯ନଂ ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଛି। ବନ୍ଦ ଯୋଗୁ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟରେ ଅନୁଗୋଳ ସମାକୋଇ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଗଲା। ଯାହାର ନିର୍ମାଣ ସ୍ଥଳ କେନ୍ଦୁଝର ଜିଲ୍ଲା କରଦାଙ୍ଗି ପଞ୍ଚାୟତ ଚକଧରଠାରେ ରହିଛି।ଏହି ପ୍ରକଳ୍ପ ଅନୁମୋଦନ ଲାଭ ପରେ ତେଲକୋଇ ବ୍ଲକରେ ବହୁ ଗାଁ ଜଳମଗ୍ନ ହେବା ଆଶଙ୍କାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ମାସ ୨୭ ତାରିଖରେ ତେଲକୋଇ ବନ୍ଦ ଡାକରା ଦେଇ ପ୍ରକଳ୍ପ ବନ୍ଦ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ସରକାରଙ୍କ ପାଖରୁ କୌଣସି ଉତ୍ତର ନଆସିବାରୁ ପୁନଶ୍ଚ ତେଲକୋଇ ବନ୍ଦ କରାଯାଇଛି  ବୋଲି ଆନ୍ଦୋଳନକାରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!