ଭୁବନେଶ୍ୱର,୧୨।୯: ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ ନିଷ୍ପତ୍ତି ହୋଇଛି । ଅଗ୍ନିବୀକଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି । 1 ବର୍ଷ ଟ୍ରେନିଙ୍ଗ ଏବଂ 4 ବର୍ଷ ଚାକିରି ପରେ ବି ମିଳିବ ନିଯୁକ୍ତି । ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଲେ ଏଣିକି ଝିଅଙ୍କୁ ମିଳିବ ଚାକିରି । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ବାପାମା’ଙ୍କ ଉପରେ ନିର୍ଭରଶୀଳ ବିବାହିତ ଝିଅ/ ସାବତ ଝିଅଙ୍କୁ ମିଳିବ ଚାକିରି । ଥଇଥାନ ଯୋଜନାରେ ବିବାହିତ ଝିଅ/ସାବତ ଝିଅଙ୍କୁ ମିଳିବ ଚାକିରି । ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି।ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର (ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ ର ପ୍ରଣୟନ। ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବେ ରାଜ୍ୟ ସରକାର। ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ (୧୦%) ଆନୁଭୂମିକ ସଂରକ୍ଷଣ (Horizontal Reservation)ର ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ (୧୦%) ସଂରକ୍ଷଣ ରହିବ ।ନି ର୍ଦ୍ଧାରିତ ବୟସ ସୀମାକୁ ତିନି (୦୩) ବର୍ଷ କୋହଳ କରାଯିବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |