ଡାବୁଗାଁ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପରେ ଦୁର୍ଗପୁଜା ପାଇଁ ପ୍ରସ୍ଥିତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)୧୨।୯:-ଆଜି ସନ୍ଧ୍ୟା 6 ଘଣ୍ଟା ସମୟରେ ଡାବୁଗାଁ ଗ୍ରାମର ଜନସାଧାରଣ ଙ୍କୁ ନେଇ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପରେ ଦୁର୍ଗପୁଜା ପାଇଁ ପ୍ରସ୍ଥିତି ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକରେ ଉପସ୍ଥିତି ଜନସାଧାରଣ ଙ୍କ ନିଷ୍ପତି କ୍ରମେ ପୁରାତନ କମିଟି କୁ ଭୋଙ୍ଗ କରାଯାଇ ନୂତନ କମିଟି ଗଠନ କରାଗଲା। ନୂତନ କମିଟିର ସଭାପତି ଭାବେ ଜି ରାଜଶେଖର ରାଓ କୁ ମୋନନୀତ କରାଯାଇଥିଲା ଏଭଳି ଉପସଭାପତି ଭାବେ ଦିବ୍ୟ ରଞ୍ଜନ ପାତ୍ର ଏଵଂ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ମିଶ୍ର, ସୁରେଶ ବେହେରା ପ୍ରମ୍ମୁଖ ମନନୀତ ହେଲେ।ଆଜିର ଏହି ବୈଠକରେ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଯଥା ଜି ସାଇ ରାଜୁ,ଗୁପ୍ତ ବିଶୟୀ, ପ୍ରକାଶ ପଣ୍ଡା, ସୂର୍ଯ୍ୟ ସୁବୁଦ୍ଧି, ବାବି ଜେନା ସମେତ ଅନେକେ ଗ୍ରାମବାସୀ ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!