ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ

ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକୁ ନେଇ ବିବାଦ ଦେଖାଦେଇଛି।ମୋଦିଙ୍କ ଓଡ଼ିଶା ଗସ୍ତ ଯୋଗୁଁ ବିଭିନ୍ନ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାରେ ଓଏଏସ୍ ଅଫିସର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।ତେବେ ଏହି ତାଲିକାକୁ ନେଇ ବିଜେଡି ରାଜ୍ୟ ସଭା ଏମ୍‌ପି ସୁଲତା ଦେଓ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ଭଗବାନ ଭରସାରେ ଓଡ଼ିଶାର ଶାସନ। ଏହାକୁ ବିଜେଡି ସମାଲୋଚନା କରିବା ସହ ଓ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ତେବେ ବିଜେଡିର ସମାଲୋଚନା ନେଇ ଭାଜପା କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!