ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡା ,୧୪।୯: ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁର ଗାଁର ଧରଣୀ ବରାଳଙ୍କ ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ଖବର ଦେଇଥିଲେ।। ମାତ୍ର ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ପାରିନଥିଲା।  ୧୪ ତାରିଖ ଶନିବାର ସକାଳୁ କୁମ୍ଭୀରଟି ଧରଣୀଙ୍କ ପୋଖରୀରୁ ବାହାରି ପାଖରେ ଥିବା ଅନ୍ୟ ଏକ ପୋଖରୀକୁ ଯାଉଥିବା ସମୟରେ ଗାଁରେ ଜଣେ ଯୁବକ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲା।ଗାଁ ଲୋକେ ଆସି ଜାଲ ସାହାଯ୍ୟରେ ଦଶରଥ ବରାଳଙ୍କ ପୋଖରୀରୁ ଏହି ସାଢେ ଚାରିଫୁଟର କୁମ୍ଭୀରଟିକୁ ଉଦ୍ଧାର କରି ବାନ୍ଧି ପକାଇ ଥିଲେ। ଏହା ପରେ ବନବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପହଂଚି କୁମ୍ଭୀରଟିକୁ ନେଇ ବାଉଁଶଗଡ଼ ନଦୀରେ ଛାଡ଼ିଥିବା ନେଇ ଜଣାପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!