‘ମୋ ସ୍କୁଲ୍’ ନାଁ ବଦଳିଲା

ଭୁବନେଶ୍ୱର,୧୪।୯: ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି ‘ପଞ୍ଚଶଖା ଶିକ୍ଷା ସେତୁ ଯୋଜନା’ ରଖାଗଲା । ବିଜେଡି ସରକାର ସମୟରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ନୂଆ ନାଁ ରଖାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଚିଠି କରାଯାଇଛି ।ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ । ‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଗଲା । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ‘ମୋ ସ୍କୁଲ୍ ଅଭିଯାନ’ । ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ହେବ ସମସ୍ତ କାର୍ଯ୍ୟ । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗର ଚିଠି । ଓଡ଼ିଶାରେ ବିଜେଡି ସରକାର ପୂର୍ବରୁ ଆରମ୍ଭ କରିଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର ।କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଏହାବ୍ୟତୀତ ଆମ ଓଡ଼ିଶା ଓ ନବୀନ ଓଡ଼ିଶାକୁ ଯଥାକ୍ରମେ ବିକଶିତ ଗାଁ ଓ କିକଶିତ ଓଡ଼ିଶା ନାମରେ ନାମିତ କରାଯାଇଛି । BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରାଯାଇଛି । ‘ମେକ୍ ଇନ୍ ଓଡ଼ିଶା’ର ନାମ ଏବେ ‘ଉତ୍କର୍ଷ ଉତ୍କଳ’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!