ଉତ୍ତର ପ୍ରଦେଶରେ ଭୁଶୁଡ଼ିଲା ଦୁଇ ମହଲା ବିଲ୍ଡିଂ

ନୂଆଦିଲ୍ଲୀ,୧୫।୯: ଉତ୍ତର ପ୍ରଦେଶ ମୀରଟରେ ଭୁଶୁଡ଼ିଲା ୩ ମହଲା କୋଠା। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଫସି ରହିଛନ୍ତି।   ଏନଡିଆରଏଫ୍ ଓ ଏସଡିଆରଏଫ୍ ଯବାନମାନେ ସନ୍ଧାନୀ କୁକୁର ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠା ଭୁଶୁଡ଼ି ପଡିଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, କୋଠାର ଭଗ୍ନାବଶେଷ ତଳେ ୧୪ ଜଣ ଫସି ରହିଥିଲେ। ଉଦ୍ଧାରକାରୀ ଟିମ୍ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି।ଅନ୍ୟମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଚାଲିଛି। ବର୍ଷା ସତ୍ତ୍ୱେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ମୀନା କହିଛନ୍ତି। ସେପଟେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି। ପ୍ରବଳ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିରେ ୧୭ ଜଣଙ୍କ ଜୀବନ ଗଲାଣି। ମୀରଟରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ହିଁ କୋଠା ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!