ମୁଖ୍ୟମନ୍ତ୍ରୀ ପଦ ଛାଡିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୫ା୯: ମୁଖ୍ୟମନ୍ତ୍ରୀ ପଦ ଛାଡିବେ ଅରବିନ୍ଦ କେଜ୍ରିଓ୍ବାଲ। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ସବୁ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି। ମୁଁ ଏବଂ ସିସୋସିଆ ଜନତାଙ୍କ ପାଖକୁ ଯିବୁ। ଏବଂ ଜନତା ଯାହା ନିଷ୍ପତ୍ତି ନେବେ ତାହା ହେବ। ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେନି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି।  ମଦନୀତି ମାମଲାରେ ବେଲରୁ ଆସିବା ପରେ ଚାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ମୋ ଜାଗାରେ ଆଉ ଜଣେ ଆପ ନେତା ମୁଖ୍ୟମନ୍ତ୍ରୀ ହେବେ। ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି କର୍ମୀ ସମ୍ମିଳନୀରେ ଘୋଷଣା କରିଛନ୍ତି।  ଜନତାଙ୍କ ରାୟକୁ ଅପେକ୍ଷା କରିଛି। ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଲେ କେଜରିଓ୍ବାଲ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!