ବଲାଙ୍ଗୀର,୧୫।୯: ବଲାଙ୍ଗିର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ। ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତିନିଜଣ ଗୁରୁତର ଅବସ୍ଥାରେ ତୁରକେଲା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କର ଗାଁରେ ଚିକିତ୍ସା ଜାରି ରହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରୁଷ ଥିବା ଜଣାଯାଇଛି। ବଲାଙ୍ଗୀର ଜିଲ୍ଲାରେ ପୁଣି ଝାଡାବାନ୍ତି ଲୋକଙ୍କ ମଧ୍ୟରେ ଭୟର ସଂଚାର କରିଛି । ତୁଲେକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦପାଡ ଗାଁରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଅଧିକ ଆକ୍ରନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରକେଲା ମେଡିକାଲରେ ଚିକିତ୍ସା କରାଯାଉଛି ଓ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗାଁରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି । ସେଠି ଅଳ୍ପ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି ।ତେବେ ଗାଁରେ କେମିତି ଝାଡାବାନ୍ତି ବ୍ୟାପିଲା ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା େବେଳେ ଦୂଷିତ ପାଣି ପାଇଁ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । ମେଡିକାଲ ଟିମ ରବିବାର ଦିନ ଗାଁରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଇ ଦେଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |