ଶିକ୍ଷା ଦୂତଙ୍କୁ ପିଟିପିଟି ମାରିଦେଲେ ମାଓବାଦୀ

ମାଲକାନଗିରି , ୧୫।୯: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ହିଂସା ଲାଗି ରହିଛି।ଛତିଶଗଡ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷା ଅଧିକାରୀଙ୍କୁ ହତ୍ୟା କଲେ ମାଓବାଦୀ । ମୃତ ଶିକ୍ଷା ଅଧିକାରୀ ହେଉଛନ୍ତି ଦୁଧି ଅର୍ଜୁନ ଓ ତାଙ୍କ ଘର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ଗୋନ୍ଦାପାଲି ଗାଁରେ ବୋଲି ଜଣାପଡିଛି । ପ୍ରଜା କୋର୍ଟରେ ମାଓବାଦୀ ମାନେ ଶିକ୍ଷା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ବିଦ୍ୟାଳୟ ଗୁଡିକ ପୁଣି ଥରେ ଖୋଲିଥିଲେ ଶିକ୍ଷା ଅଧିକାରୀ ଦୁଧି ଅର୍ଜୁନ । ଯେଉଁ ପାଇଁ ପୂର୍ବରୁ ମାଓବାଦୀ ମାନେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଦୁଧି ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ ।ଦୁଧି ଅର୍ଜୁନଙ୍କୁ ଶିକ୍ଷା ଦୂତ ଭାବେ ନିଯୁକ୍ତ କରିଥିଲେ ଛଡିଶଗଡ଼ ସରକାର । ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିବା କାର୍ଯ୍ୟ କରୁଥିଲେ ଦୁଧି ଅର୍ଜୁନ । ସୁକମାରେ ମାଓବାଦୀଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ । ଏହାକୁ ନେଇ ପୂର୍ବରୁ ଅନେକ ଥର ବିରୋଧ କରିଆସୁଥିଲେ ମାଓବାଦୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!