ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର ଏବଂ ସୋମନାଥ ପୂଜାରୀ ଙ୍କ ଉପସ୍ଥିତି ରେ ମେଦନା ଠାରେ ବିଶ୍ଵ ର ସର୍ବ ବୃହତ ରାଜନୈତିକ ଦଳ ବିଜେପି ର ସଦସ୍ୟତା ଅଭିଯାନ କରା ଯାଇଛି। ଏହି ଅବସରରେ ଗୋବିନ୍ଦ ମାଝୀ, ରତନ କଲାର, ସାଧାରଣ ସଂପାଦକ ଭୀମସେନ ଜେନା, ଦିନବନ୍ଧୁ ମାଝୀ, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର, ହରି ପାଣିଗ୍ରାହୀ, ଜି ଭେଙ୍କଟ ରାଓ, ଭଗତ କଲାର, ଲକ୍ଷ୍ମୀ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସମସ୍ତ ଙ୍କୁ ବିଜେପି ର ସଭ୍ୟ ହେବା ପାଇଁ ନିବେଦନ କରିବା ସହ ଫୋନ ମାଧ୍ୟମରେ କିଭଳି ଜଣେ ସଭ୍ୟ ହୋଇ ପାରିବ ଏବଂ ଅନ୍ୟମାନଙ୍କୁ କରି ପାରିବ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଅନେକ ବ୍ୟକ୍ତି ବିଜେପି ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |