ବୃଦ୍ଧଙ୍କୁ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି ନେଇଛି କୁମ୍ଭୀର।   କେନ୍ଦ୍ରାପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଛି କୁମ୍ଭୀର। ଆଜି ସକାଳେ ମଇଁଷି ଚରାଇବାକୁ ଯାଇଥିବା ଜଣେ ଗ୍ରାମବାସୀଙ୍କୁ ଝାମ୍ପି ନେଇଛି କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁର ଆଜାମ୍ବର ନାୟକ(୫୮)। ଅଗ୍ନିଶମ କର୍ମଚାରୀ ଆଜାମ୍ବରଙ୍କୁ ନଦୀରେ ଖୋଜାଖୋଜି କରାଯାଉଥିଲେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ।ସବୁ ଦିନ ପରି ଆଜି ସକାଳେ ବି ଆଜାମ୍ବର ନିଜ ମଇଁଷିମାନଙ୍କୁ ଚରାଇବାକୁ ନଦୀ କୂଳକୁ ଯାଇଥିଲେ। ମଇଁଷିମାନେ ଜୋର ପାର ହୋଇ ଯାଇଥିବା ବେଳେ ସେମାନଙ୍କ ପଛେପଛେ ଆଜାମ୍ବର ଯାଉଥିଲେ।ମାତ୍ର ଉକ୍ତ ସମୟରେ ଛକି ରହିଥିବା କୁମ୍ଭୀରଟି ଆଜାମ୍ବରଙ୍କୁ ନଦୀକୁ ଟାଣି ନେଇଥିଲା। ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆଜାମ୍ବରଙ୍କ ପତ୍ତା ମିଳି ପାରିନି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!