ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗର ଚଢ଼ାଉ

ଭୁବନେଶ୍ବର,୧୬।୯:ରାଜଧାନୀରେ   ବିଦେଶୀ ମଦ ଦୋକାନରେ ଚଢ଼ାଉକୁ ନେଇ ଚର୍ଚ୍ଚା । ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ ନିକଟରେ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି । ଏଠାରେ ଅସଲି ବ୍ରାଣ୍ଡ୍ ନାଁରେ ନକଲି ମଦ ବିକ୍ରି ସହ ମଦରେ ପାଣି ଭର୍ତ୍ତି କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେଠାରେ ନକଲି ମଦ ବିକ୍ରି ହେଉଥିବା ଜାଣି ଅବକାରୀ ବିଭାଗ ଚଢ଼ଉ କରିଥିଲା। ଆଉ ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କରୁଥିଲା। ଯାହା ଫଳରେ ରାସ୍ତାରେ ମଦର ବନ୍ୟା ସୃଷ୍ଟି ହୋଇଥିଲା। ମଦର ବାସ୍ନା ପାଇ ସେଠାରେ ପହଞ୍ଚିଥିଲେ ଜଣେ ମଦୁଆ। ନିଶାରେ ସେ ଚୂର ଥିଲା। ଠିକ୍‌ରେ ଚାଲି ପାରୁନଥିଲେ। ପାଦ ଏଣେ ତେଣେ ପଡୁଥିଲା। ତଥାପି ପିଇବା ପାଇଁ ଆଉ ଗୋଟିଏ ମଦ ବୋତଲ ମାଗୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!