ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଲାଗୁହେଲା ଟ୍ରାଫିକ୍‌ କଟକଣା

ଭୁବନେଶ୍ବର,୧୬।୯: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାରୁ ଏଥିନିମନ୍ତେ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି ।  ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ଟ୍ରାଫିକ କଟକଣା ଜାରି କରିଛି । ଆସନ୍ତାକାଲି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଏହି ଟ୍ରାଫିକ କଟକଣା ଲାଗୁ ହେବ । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା । ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ କିମ୍ବା ଶିଖରଚଣ୍ଡୀ-ପଥରଗାଡିଆ-ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ-ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ । ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ।ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ । ନଚେତ ଶିଖରଚଣ୍ଡୀ – ପଥରଗାଡିଆ – ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ- ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ। ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ ।ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଫୁଲ କାରକେଡ ରିହର୍ସଲ କରାଯିବ । ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇ ଜନତା ମଇଦାନରେ ପହଞ୍ଚିବାକୁ ଥିବା ରାସ୍ତାରେ ବାରିକେଡ କରାଯାଇଛି । ଏଥିସହ ଉକ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!