ଭୁବନେଶ୍ବର,୨୦ା୯: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍। ବାଲେଶ୍ୱର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏନ୍.ଭି ହରିହର ରାଓଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଚଢାଉ ହୋଇଛି। କୁକୁଡାପଦା ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ହୋଇଛି। ଭୁବନେଶ୍ୱର, ବାଲେଶ୍ୱର ଓ ବ୍ରହ୍ମପୁରରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।ବ୍ରହ୍ମପୁର ଭାବିନିପୁରରେ ଥିବା ତାଙ୍କର ଦୁଇ ମହଲା ବିଶିଷ୍ଟ ଘରେ, ଭୁବନେଶ୍ୱର ପାତ୍ରପଡାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚକେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ବର ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘରେ ଓ କେନ୍ଦୁଝର ବଳଦେବଜିଉ କଲୋନିରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକସଙ୍ଗେ ଭିଜିଲାନ୍ସ ରେଡ୍ କରିଛି । ଏହି ଚଢ଼ାଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |