ନୂଆଦିଲ୍ଲୀ,୨୦ା୯: ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର|ଆଜି ଆନ୍ଦୋଳନରୁ ଉଠବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନରେ ଲାଗିବ ବିରାମ। ଅଭୟାଙ୍କୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।ଆଜିଠାରୁ ଡାକ୍ତର ମାନେ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ। ହେଲେ OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଧାରଣା ଓ ବିକ୍ଷୋଭ ବନ୍ଦ ହେଲେ ବି ଅଭୟା ନ୍ୟାୟ ପାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ କହିଛି। ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଭୟା କ୍ୟାମ୍ପ୍ ନାଁରେ ଏକ କ୍ୟାମ୍ପ କରି ଆନ୍ଦୋଳନକୁ ଆଗକୁ ନେବାକୁ ସଂଘ ନିଷ୍ପ୍ତ୍ତି ନେଇଛି।ସେପଟେ କୋଲକାତା ଆରଜି କର ମେଡିକାଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ। ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ଥିବା ସନ୍ଦୀପଙ୍କ ଡାକ୍ତରୀ ପଞ୍ଜିକରଣକୁ ବାତିଲ କରିଛି ପଶ୍ଚିମବଙ୍ଗ ମେଡିକାଲ୍ କାଉନସିଲ୍।ସନ୍ଦୀପଙ୍କୁ ମେଡିକାଲ କାଉନସିଲ ପକ୍ଷରୁ ଗତ ୬ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କିନ୍ତୁ ନୋଟିସ ଦେବାର ୧୩ ଦିନ ବିତିଥିଲେ ବି ସେ ଏହାର ଉତ୍ତର ଦେଇନଥିଲେ। ସେ ଦୃଷ୍ଟିରୁ ତାଙ୍କର ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ କାଉନସିଲ ନିଷ୍ପତ୍ତି ନେଇଛି। ଆର୍ଥିକ ଦୁର୍ନୀତି ମାମଲାରେ ପୂର୍ବରୁ ସନ୍ଦୀପଙ୍କୁ ଗିରଫ କରି ସାରିଛି CBI ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |