ଭୁବନେଶ୍ୱର,୨୦।୯: ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନାରେ ଜଣେ ସିଦ୍ଧହସ୍ତ କଥାଶିଳ୍ପୀ ପ୍ରଦୋଷ ମିଶ୍ର ଚଳିତବର୍ଷ ନିମନ୍ତେ ‘ଅକ୍ଷର କଥାକାର ସମ୍ମାନ’ ପାଇବେ । ଏହି ସମ୍ମାନ ବାଲେଶ୍ଵରର ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ଅନୁଷ୍ଠାନ ‘ପ୍ରଜାପତି’ର ସାହିତ୍ୟ ଶାଖା ‘ଅକ୍ଷର’ର ଏକ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ। ଏହା ରାଜ୍ୟର ଜଣେ ବିଶିଷ୍ଟ ତଥା ଯଶସ୍ୱୀ ଗାଳ୍ପିକ ଓ ଔପନ୍ୟାସିକଙ୍କୁ ପ୍ରଦାନ କରାଯାଇ ଓଡ଼ିଆ କଥା ସାହିତ୍ୟ ରଚନାରେ ବ୍ରତୀ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଅଭିପ୍ରାୟରେ ଆରମ୍ଭ କରାଯାଇଛି ବୋଲି ଏକ ପ୍ରେସ୍ ବିବୃତିରେ ଅନୁଷ୍ଠାନର ମୁଖ୍ୟ କବି ପ୍ରଶାନ୍ତ ଦାସ ଜଣାଇଛନ୍ତି।ଆସନ୍ତା ୨୯ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ କଥାଶିଳ୍ପୀ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କଥାଶିଳ୍ପ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କର ୧୬ଟି ଗଳ୍ପ ସଂକଳନ ସାଙ୍ଗକୁ ୧୧ଟି ଉପନ୍ୟାସ, ହିନ୍ଦି ଓ ଇଂରାଜୀରେ ଅନୂଦିତ ୭ଟି ପୁସ୍ତକ ଓ ଗୋଟିଏ ଭ୍ରମଣ କାହାଣୀ ରହିଛି। ଏଥିସହ ସେ ଆନୁଷ୍ଠାନିକ ସମ୍ମାନ ଓ ସ୍ଵୀକୃତି ଲାଭ କରି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପିପାସୁ ପାଠକ ମହଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବିଶିଷ୍ଟ ସାହିତ୍ୟିକ ସରୋଜିନୀ ସାହୁଙ୍କ ପାଇଁ ଘୋଷଣା ହୋଇଛି ଏକ ସମ୍ମାନଜନକ ପୁରସ୍କାର । ତାଙ୍କ ଲିଖିତ ଏକ ଉପନ୍ୟାସ ପାଇଁ ସରୋଜିନୀ ସାହୁଙ୍କୁ ଚଳିତବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯିବ । ସେ ଲେଖିଥିବା ‘ଅସ୍ତିର ପାଦ’ ତାଙ୍କୁ ଏହି ବିଶିଷ୍ଟ ସମ୍ମାନରେ ସମ୍ମାନିତ କରିଛି । ଏହି ଉପନ୍ୟାସ ପାଇଁ ୪୫ତମ ଶାରଳା ପୁରସ୍କାରର ବିଜେତା ଭାବରେ ତାଙ୍କ ନାମକୁ ଚୟନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |