ନୂଆଦିଲ୍ଲୀ,୨୦।୯:ସୂଚନା ପ୍ରଯୁକ୍ତି ଆଇନ ବା ଆଇଟି ଆକ୍ଟରେ ୨୦୨୩ରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ଆଜି ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।ଆଇଟି ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଗୋଟିଏ ଫ୍ୟାକ୍ଟ ଚେକିଂ ୟୁନିଟ ବା ତଥ୍ୟ ଯାଞ୍ଚ କମିଟି ଗଠନ କରିବାକୁ ଚାହୁଁଥିଲେ। ଏହି ୟୁନିଟ ସୋଶାଲ ମିଡିଆରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରକାଶ ପାଉଥିବା ପୋଷ୍ଟର ସତ୍ୟତା ଯାଞ୍ଚ କରିବା ସହ ମିଛ ପୋଷ୍ଟଗୁଡ଼ିକୁ ହଟାଇବାର କ୍ଷମତା ରଖିଥାଆନ୍ତା।ତେବେ କେନ୍ଦ୍ରର ଏପରି ଆଭିମୁଖ୍ୟ ବିରୋଧରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା କୋର୍ଟରେ ପହଞ୍ଚିଥିଲେ। ଏବେ ବମ୍ବେ ହାଇକୋର୍ଟ କେନ୍ଦ୍ରର ଏହି ସଂଶୋଧନକୁ ରଦ୍ଦ କରିଦେଇଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |