ନୂଆଦିଲ୍ଲୀ,୨୨ା୯: ଶ୍ରୀଲଙ୍କାର ସାଧାରଣ ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପରାଜିତ ହୋଇଛନ୍ତି। ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ ଆଶ୍ଚର୍ଯ୍ୟଜନକ ଭାବେ ବିକ୍ରମସିଂଘେଙ୍କୁ ହରାଇ ଦେଶର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।ଦେଶର ୧୦ ରାଷ୍ଟ୍ରପତି ଚୟନ କରିବା ଲାଗି ଶ୍ରୀଲଙ୍କାରେ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲେ। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଭୋଟର ମତଦାନ କରିଥିଲେ। ୨୦୧୯ ନିର୍ବାଚନରେ ୮୩ ପ୍ରତିଶତ ମତଦାନ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |