ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୨ା୯:-ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ ଧରିଛି। ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଦୁଇ ପୁଲିସ ଅଧିକାରୀ ହେଲେ ପ୍ରବେଶନାରୀ ପିରିୟଡ଼ରେ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ।ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତ। ଉଭୟଙ୍କ ସରକାରୀ ବାସଭବନ ସମେତ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଏହି ଚଢ଼ାଉରେ ନବରଙ୍ଗପୁର ଓ କୋରାପୁଟର ଦୁଇଟି ଟିମ ସାମିଲ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!