ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଏହି ବିଜୟ ସହିତ ୯୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି।ଭାରତୀୟ କ୍ରିକେଟ ଦଳର ୯୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଦଳର ‘ବିଜୟୀ ମ୍ୟାଚ୍‌’ ସଂଖ୍ୟା ‘ପରାଜିତ ମ୍ୟାଚ୍‌’ ସଂଖ୍ୟାଠାରୁ ଅଧିକ ରହିଛି। ଆଜି ଚେନ୍ନାଇରେ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନ୍‌ରେ ହରାଇବା ପରେ ଟିମ୍ ଇଣ୍ଡିଆକୁ ମିଳିଛି ଏହି ସଫଳତା।ସି.କେ ନାଇଡୁଙ୍କ ନେତୃତ୍ୱରେ ୧୯୩୨ରେ ଭାରତ ଖେଳିଥିଲା ପ୍ରଥମ ଟେଷ୍ଟ ମ୍ୟାଚ୍। ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଖେଳିଥିବା ଭାରତ ୧୫୮ ରନ୍‌ରେ ପରାସ୍ତ ହୋଇଥିଲା। ତା’ପରଠାରୁ ଟେଷ୍ଟ କ୍ରିକେଟରେ କେବେ ବି ଭାରତୀୟ ଦଳର ‘ବିଜୟୀ ମ୍ୟାଚ୍’ ସଂଖ୍ୟା ‘ପରାଜିତ ମ୍ୟାଚ୍‌’ ସଂଖ୍ୟାଠାରୁ ଅଧିକ ରହି ନଥିଲା।ଆଜି ବାଂଲାଦେଶକୁ ପରାସ୍ତ କରି ଭାରତ ତା’ର ୧୭୯ତମ ଟେଷ୍ଟ ମ୍ୟାଚ୍ ଜିତିଛି। ଦଳ ଏଯାବତ୍ ୫୮୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୭୯ଟିରେ ବିଜୟ ହାସଲ କରିଛି ଓ ୧୭୮ଟିରେ ପରାଜିତ ହୋଇଛି। ସେହିପରି ୨୨୨ଟି ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଗୋଟିଏ ଟାଏ ହୋଇଛି|ଚେନ୍ନାଇରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ପାଇଁ ଭାରତ ୫୧୫ ରନ୍‌ର ବିଜୟ ଟାର୍ଗେଟ ଦେଇଥିଲା। ତେବେ ବାଂଲାଦେଶ ୨୮୦ ରନ୍‌ ପଛରେ ରହି ମ୍ୟାଚ୍ ହାରିଯାଇଥିଲା। ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିବା ବେଳେ ବାଂଲାଦେଶ ମାତ୍ର ୧୪୯ ରନ୍ କରି ଅଲ୍‌ଆଉଟ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକେଟ ହରାଇ ୨୮୭ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ସହିତ ଭାରତ ଦୁଇଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗରେ ରହିଛି। ଭାରତର ପ୍ରଥମ ଇନିଂସରେ ୧୧୩ ରନ୍ କରିଥିବା ତଥା ବାଂଲାଦେଶର ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ’ ପ୍ରଦାନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!