ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ! ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ

ପୁରୀ,୨୪।୯: ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଜଣାପଡିବା ପରେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଜିଲ୍ଲାପାଳ କହିଛନ୍ତି କି, ଯଦି ଦରକାର ପଡେ ତେବେ ଘିଅର ମାନ ଯାଞ୍ଚ କରାଯିବ । ଏନେଇ ଓମଫେଡ ଓ ଅନ୍ୟ ସଂସ୍ଥା ତଥା ସେବାୟତଙ୍କ ସହ ଆଲୋଚନା ହେବ ।ଶ୍ରୀମନ୍ଦିରରେ ଦୀପର ବ୍ୟବହାର କରାଯାଉଥିବା ଘିଅକୁ ଫୁଡ ସେପ୍ଟି ଅଥରିଟି ଦ୍ୱାରା ଯାଞ୍ଚ କରିବାକୁ କହିଛନ୍ତି । ମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ନେଇ କୌଣସି ସନ୍ଦେହ ଏପର୍ଯ୍ୟନ୍ତ ନାହିଁ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ । ତଥାପି ଶୀଘ୍ର ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ଓଡ଼ିଶା ସରକାର। ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅ ନେଇ ଆଜି ବଡ଼ ବୟାନ୍‌ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ। ସେ କହିଛନ୍ତି, ଯଦି ଆବଶ୍ୟକ ପଡ଼େ ତା’ହେଲେ ଘିଅର ମାନ ଯାଞ୍ଚ ହେବ। ଏନେଇ ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ। ଏଥିସହ ଦୀପ ଜଳାରେ ବ୍ୟବହୃତ ହେଉଥିବା ଘିଅ ଉପରେ ୱେଟ୍‌ ଆଣ୍ଡ ମେଜର ଓ ଫୁଡ୍‌ ସେଫ୍‌ଟି ବିଭାଗ ନଜର ରଖିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!