ପାର୍ବଣ ପୂର୍ବରୁ ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ, ସେନସେକ୍ସ ୮୪,୮୬୦ ପଏଣ୍ଟରେ ସାମାନ୍ୟ ଖସିବା ସହିତ ଖୋଲିଥିଲା। ନିଫ୍ଟି ୨୫୯୨୧.୪୫ ପଏଣ୍ଟରେ ୧୮ ପଏଣ୍ଟ ହ୍ରାସ ସହିତ ଆରମ୍ଭ ହୋଇଥିଲା। କିଛି ସ୍ବଳ୍ପ କାରବାରରେ ସେନସେକ୍ସ ୧୫୦ ପଏଣ୍ଟ ହ୍ରାସ ପାଇଥିଲା। ସକାଳ ୯.୫୫ରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍‌ଏସ୍‌ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି।ଆଜି କାରବାର ଆରମ୍ଭରୁ ଷ୍ଟକ ମାର୍କେଟରେ ବମ୍ପର ଉତ୍ସାହ ଦେଖିବାକୁ ମିଳିଛି। ୮୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା। ପରେ ଏହା ପାର୍ କରିଥିଲା ୮୫ ହଜାର ମାର୍କ।ସକାଳ ୯.୫୫ରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍‌ଏସ୍‌ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି।ଏହାପୂର୍ବରୁ ଘରୋଇ ଷ୍ଟକ ବଜାର ସୋମବାର ଏକ ଭଲ ଆରମ୍ଭ କରିଥିଲା। ସୋମବାର, ସେନସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ସହିତ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!