ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ଅଲ୍ ଓଡ଼ିଶା ନର୍ସିଂ ସଂଘ

ଭୁବନେଶ୍ୱର,୨୫।୯: ନର୍ସିଂ ନିର୍ଦ୍ଦେଶକଙ୍କ ଆକଟକୁ ଫୁ କରିଦେଇଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତେ୍ୱ ଜିଦରେ ଅଟଳ ସେବା ଅଧିକାରୀ । ରାଜ୍ୟବ୍ୟାପୀ ଓହ୍ଲାଇଛନ୍ତି ଆନ୍ଦୋଳନକୁ । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଲୋଚନା ପାଇଁ କରିଛନ୍ତି ଆହ୍ୱାନ । ଆଲୋଚନା ସଫଳ ହେବ ବୋଲି ଆଶାବାଦୀ ସ୍ୱାସ୍ଥ୍ୟମନ୍ତ୍ରୀ । ଆଜିଠୁ ଆନ୍ଦୋଳନ ଓହ୍ଲାଇବ ଅଲ୍ ଓଡ଼ିଶା ନର୍ସିଂ ସଂଘ। ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।ଓଡିଶା ନର୍ସିଂ ଆସୋସିଏସନ ପକ୍ଷରୁ ପୂର୍ବ ନିର୍ଦ୍ଧାରଣ ଅନୁଯାୟୀ ଆଜିଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି । ମୁଖ୍ୟତଃ ୧୦ଟି ଦାବି ନେଇ ଏହି ନର୍ସିଂ ଅଫିସର ପ୍ରତିବାଦ କରୁଛନ୍ତି । ତେବେ ରୋଗୀଙ୍କ ସ୍ୱାର୍ଥକୁ ଦେଖି ଦୁଇଦିନ ଜରୁରୀକାଳୀନ ସେବାରେ ବାଧା ସୃଷ୍ଟି ନ କରି ଆନ୍ଦୋଳନ କରିବେ । ଯଦି ଦୁଇ ଦିନ ଭିତରେ କୌଣସି ସୁଫଳ ନ ମିଳିବ, ତେବେ କାମ ବନ୍ଦ ଆନ୍ଦୋଳନ ପାଇଁ ଚେତାଇଦେଇଛନ୍ତି ଆନ୍ଦୋଳନକାରୀ ।ସେପଟେ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନକୁ ଦେଖି ସ୍ୱାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ସେମାନଙ୍କୁ ଆଲୋଚନା ପାଇଁ ଡକାଇଥିବା କହିଛନ୍ତି । ମନ୍ତ୍ରୀଙ୍କ ଆଶା, ଆଲୋଚନାରେ ନିଶ୍ଚିତ ସକାରାତ୍ମକ ଦିଗ ବାହାରିବ । ରୋଗୀ ସେବା କୌଣସି ରୂପରେ ବ୍ୟାହତ ହେବ ନାହିଁ ବୋଲି ଆଶାବାଦୀ ଅଛନ୍ତି ମନ୍ତ୍ରୀ ।ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!