ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର ,,୨୫।୯: ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ୪ହଜାର ୯୫୪କୋଟି ୨୬ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪ହଜାର ୧୬୨ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ମିଳିଥିବା ସୂଚନା ଅନୁସାରେ ଜଗତ୍‍ସିଂହପୁର, ବାଲେଶ୍ୱର, ରାୟଗଡା, ଢ଼େଙ୍କାନାଳ, ପୁରୀ ଆଦି ଜିଲ୍ଲାରେ ଏହିସବୁ ଶିଳ୍ପ ସ୍ଥାପନ କରାଯିବ । ୪୭୫ କୋଟି ଟଙ୍କାରେ ୧୦ଲକ୍ଷ ୯ହଜାର ୫୦୦ ମେଟ୍ରିକ୍‍ ଟନ୍‍ କ୍ଷମତାର ପ୍ୟାକେଜିଂ କଣ୍ଟେନର ଗ୍ଲାସ ଉତ୍ପାଦନ କେନ୍ଦ୍ର ହେବ । ସେହିଭଳି ୨୦୦କୋଟି ଟଙ୍କା ବ୍ୟୟରେ କମ୍ପ୍ରେସ୍‍ଡ ବାୟୋ ଗ୍ୟାସ୍‍ ପ୍ଲାଣ୍ଟ ଏବଂ ୨୪୨ କୋଟି ଟଙ୍କା ବ୍ୟୟରେ ବାୟୋ ଏନର୍ଜି କାରଖାନା ସ୍ଥାପନ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!