ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୫।୯:ଦିନଦୟାଲଜୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡା ପଞ୍ଚାୟତ ରେ ବିଜେପି ର ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀଣି ସଭ୍ୟ ଜୟନ୍ତ କୁମାର ପାତ୍ର, ମଣ୍ଡଳ ଉପ ସଭାପତି ବଣ୍ଟି ସିଂ, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି କିରଣ ରାଓ, ଚଚରାକୁଡା ଶକ୍ତି କେନ୍ଦ୍ର ପ୍ରମୁଖ ବନ୍ଧୁ ମାଝୀ, ଜୁଝେଷ୍ଟି ପୁଜାରୀ ଦୀପକ ଭତ୍ରା, କବିରାଜ ମାଝୀ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ହଳଦୀ, ବରଗୁଡା, ଚଚରାଗୁଡା, ବାଇଗାଁ, ପାତିଆ, ଡଙ୍ଗରିଗୁଡା, ପଖନାଗୁଡା, କୁସୁମ ବନ୍ଦ ଏବଂ ଅନ୍ୟାନ୍ୟ ଗାଁ ର ଲୋକ ମାନେ ଅନଲାଇନ ମାଧ୍ୟମ ରେ ଏହି ଅବସରରେ ବିଜେପି ରେ ଯୋଗଦାନ କରିଥିଲେ। ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଙ୍କ ନେତୃତ୍ବ ରେ ଏବଂ ସମସ୍ତ ବିଜେପି ଟିମ୍ ର ଉଦ୍ୟମ ରେ ଡାବୁଗାଁ ମଣ୍ଡଳ ରେ ଅଧିକ ରୁ ଅଧିକ ଲୋକ ବିଜେପି ରେ ଯୋଗଦାନ କରିବା ଏକ ଶୁଭ ସଙ୍କେତ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |