ନବରଙ୍ଗପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୫।୯:ଜାତୀୟ ସେବା ଯୋଜନା- ୟୁନିଟ 2 ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ସ୍ଥାପନା ଦିବସ ମହା ସମାହାର ରେ ପାଳିତ ହୋଇଯାଇଛି। ସ୍ଵଚ୍ଛତା ହିଁ ସେବା କୁ ମୂଳ ଆଧାର ଭାବେ ଗ୍ରହଣ କରି ମହାବିଦ୍ୟାଳୟ ର ସ୍ବେଛାସେବୀ ଗଣ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଥମେ ଅତିଥି ମାନଙ୍କ ସମ୍ଭାଷଣ ପରେ ସ୍ବେଛାସେବୀ ବୈଶାଳୀ ସାହୁ, ଇପ୍ସିତା ଦାଶ ଓ ମନୀଷା ପଣ୍ଡା ସ୍ଵଚ୍ଛତା ସନ୍ଦର୍ଭ ମାନ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ମାନସୀ ମହାପାତ୍ର ମାଇଁ ଭାରତ ପୋର୍ଟାଲ ରେ ଯୁବ ଗୋଷ୍ଠୀ କିପରି ନିଜର ଆକାଉଣ୍ଟ ଖୋଲି ସମାଜ ପାଇଁ କରୁଥିବା ସେବା ର କାର୍ଯ୍ୟାବଳୀ ପ୍ରଦର୍ଶନ କରିପାରିବେ ତାହା ପ୍ରୋଜେକ୍ଟର୍ ମାଧ୍ୟମ ରେ ବୁଝାଇଥିଲେ। ମହାବିଦ୍ୟାଳୟ ର କାର୍ଯ୍ୟରତ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ତ୍ରୀପାଠୀ ଜୀବନ ରେ ସମାଜ ଏବଂ ମହାବିଦ୍ୟାଳୟ ପ୍ରତି ସ୍ବେଛାସେବୀ ଙ୍କ କର୍ତ୍ତବ୍ୟ ବ୍ୟାଖ୍ୟା କରିଥିଲେ। ଇତ୍ୟବସରରେ ଅର୍ଥନୀତି ବିଭାଗ ର ବିଭାଗୀୟ ମୁଖ୍ୟ ତଥା ପୁର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିଲୀପ କୁମାର ହୋତା ସ୍ବେଛାସେବୀ ମାନଙ୍କୁ ସ୍ୱେଚ୍ଛା ମୂଳକ ସେବା ର ମହତ୍ତ୍ଵ ବୁଝାଇଥିଲେ। ଉଦ୍ଭିଦ ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଶ୍ରୀମତୀ ଭାନୁମତୀ ସାହୁକାର ସ୍ଵଚ୍ଛତା ମାଧ୍ୟମରେ ପର୍ୟାବରଣ ର ସୁରକ୍ଷା ବିଷୟ ରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ। ଇଂରାଜୀ ବିଭାଗ ର ଅଧ୍ୟପିକା ଶ୍ରୀମତୀ ସଂଯୁକ୍ତା ପାଙ୍ଗି ସମାଜ ର ସେବା ଉଦ୍ଦେଶ୍ୟ ରେ ସଦା ସର୍ବଦା ତତ୍ପର ରହିବାକୁ ସ୍ବେଛାସେବୀ ମାନଙ୍କୁ ଉପଦେଶ ଦେଇଥିଲେ। ଓଡିଆ ବିଭାଗ ର ଅଧ୍ୟାପିକା ଶ୍ରୀମତୀ ଶ୍ରୀୟା ତ୍ରୀପାଠୀ ସେବା କ୍ଷେତ୍ର ରେ ନିୟୋଜିତ କରି କିପରି ନିଜର ବଳିଷ୍ଠ ବ୍ୟକ୍ତିତ୍ଵ ପରିପ୍ରକାଶ କରିହେବ ତାହା ବୁଝାଇଥିଲେ। ଯୁବ ରେଡକ୍ରସ୍ ସଂସ୍ଥା ର କାଉନସିଲର ତଥା ରାଜନୀତି ବିଭାଗ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ନିର୍ମଳା ହିକ୍କକା ସ୍ବେଛାସେବୀ ଙ୍କ ସେବା କାର୍ଯ୍ଯ ର ପ୍ରଶଂସା କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ । ଏହାପରେ ବିଭିନ୍ନ ସଫଳ କାର୍ଯ୍ୟାବଳୀ ପାଇଁ କୃତିତ୍ୱ ଲାଭ କରିଥିବା ସ୍ବେଛାସେବୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ନୂତନ ସ୍ବେଛାସେବୀ ମାନଙ୍କ ନାମ ଜାତୀୟ ସେବା ଯୋଜନା ୟୁନିଟ 2 ରେ ପଞ୍ଜିକରଣ କରାଯାଇଥିଲା।ଶେଷରେ ପରିବେଶ କୁ ପରିଷ୍କାର ରଖିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।ସ୍ବେଛାସେବୀ ଇପ୍ସିତା ଦାଶ ଓ ମନୀଷା ପଣ୍ଡା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସଂଯୋଜନା ତଥା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ମାନସୀ ମହାପାତ୍ର ପରିଚାଳନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!