ଭୁବନେଶ୍ୱର,୨୬।୯:ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ସମୁଦ୍ର ବି ଅଶାନ୍ତ ରହିଛି। ଏହାରି ଭିତରେ ସମୁଦ୍ରରେ ୧୪ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି। ପାରାଦୀପ-ମହାନଦୀ ମୁହାଣରେ ଘଟିଛି ଏହି ଅଘଟଣ। ଗୋଟିଏ ମାଛଧରା ବୋଟ୍କୁ ଉଦ୍ଧାର କରିବାକୁ ଯାଇ ଫସିଯାଇଛି ଆଉ ଏକ ବୋଟ୍। ଗୁରୁବାର ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ମଝି ସମୁଦ୍ରରେ ଫସିରହିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି।ପ୍ରଥମେ ଏକ ମାଝଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ଉଦ୍ଧାର କରିବାକୁ ଆଉ ଏକ ବୋଟକୁ ସମୁଦ୍ର ମଝିକୁ ପଠାଯାଇଥିଲା। ଅଚଳ ବୋଟକୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ ମଧ୍ୟ ଫସିଯାଇଛି। ଫଳରେ ବୋଟ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |