ନୂଆଦିଲ୍ଲୀ,୨୬।୯: ଦିଲ୍ଲୀରେ ନୂଆ ସରକାର ଆସିଛି। ତେଣୁ ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ଉଭୟ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏହା ଆତିଶିଙ୍କ ପ୍ରଥମ କାର୍ଯ୍ୟକାଳ ହେବ। ଅନ୍ୟପଟେ ୨୦୧୩ ପରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ଅରବିନ୍ଦ କେଜରିୱାଲଙ୍କ ପ୍ରଥମ କାର୍ଯ୍ୟକାଳ ହେବ।କେଜ୍ରିୱାଲ ସମାନ ଆସନରେ ବସିବେ ନା ଏକ ଭିନ୍ନ ସିଟ୍ ସ୍ଥିର ହୋଇଛି ନା ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭଳି ବିଧାନସଭାରେ ମଧ୍ୟ କେଜ୍ରିୱାଲଙ୍କ ଚୌକି ଖାଲି ରହିବ। ଆତିଶୀଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ବାଚସ୍ପତିଙ୍କ ଆସନ ସମ୍ମୁଖରେ ଥିବାବେଳେ ବିରୋଧୀ ଦଳର ନେତାଙ୍କ୍ ଚେୟାରରେ ୯୦ ଡିଗ୍ରୀ ରହିଥାଏ।ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର ୪ ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେଉଛି। ଯେଉଁଥିରେ ଆତିଶୀ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଦିଲ୍ଲୀର ଶାସକ ଦଳ AAP ପାଖରେ ୬୦ ଜଣ ବିଧାୟକ ଅଛନ୍ତି। ଭାଜପାର ୭ଜଣ ସଦସ୍ୟ ଥିବାବେଳେ ବାକି ୩ଟି ଆସନ ଖାଲି ଅଛି। ତେବେ ଆଜିର ବିଧାନସଭାରେ ବିରୋଧୀ ନୂଆ ସରକାରଙ୍କୁ ଘେରିବାକୁ ଅଣ୍ଟା କଷିଲେଣି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |